କୋଭିଡ ନିୟମ ପାଳିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୨୦/୪: ଦେଶରେ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ଦିଲ୍ଲୀ, ଉତ୍ତରପ୍ରଦେଶ ପରି ଅନେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସଜାଗ ହୋଇଛି ଓଡ଼ିଶା । ରାଜ୍ୟରେ ସର୍ଭେଲାନ୍ସ ଜାରି ରଖିବା ସହ ସତର୍କ ରହିବା ପାଇଁ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ପୂର୍ବ ପରି ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟକୁ ଫୋକସ କରିବା ସହ ମସ୍ତ କୋଭିଡ କଟକଣା ମାନିବାକୁ କୁହାଯାଇଛି । ଏହାସହ ମାସ୍କ ପିନ୍ଧିବା ସହ ଭିଡ଼କୁ ନଯିବାକୁ କୁହାଯାଇଛି । ସମସ୍ତେ କୋଭିଡ ନିୟମ ପାଳନ କଲେ ରାଜ୍ୟର ସ୍ଥିତି ନିୟନ୍ତ୍ରଣ ରହିବ। ସବୁ ଜିଲ୍ଲାପାଳଙ୍କୁ କୁହାଯାଇଛି ଯେଉଁଠି ଦରକାର ନୂଆ ଷ୍ଟ୍ରାଟେଜି କରିବାକୁ । ଏହାସହ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖାଯିବ ସହ ଆଗକୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।