ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

ଛତିଶଗଡ଼, ୩/୧୨: ଛତିଶଗଡ଼ କୁଣ୍ଡାତୋରେ-ସାରଙ୍ଗଗଡ଼ ରାସ୍ତାରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ସେଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କଟାପାଲିରୁ ରାୟଗଡ଼ ଯାଉଥିବା ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି।ବୋଲେରୋ-ଡମ୍ପର ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି ଓ  ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ଘର ବରଗଡ଼ ସଦର ବ୍ଲକ କଟାପାଲି ଗ୍ରାମର ହୋଇଥିବା ଜଣାପଡିଛି।