କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୧୮/୪: ଉତ୍ତରପ୍ରଦେଶ ଲଖିମପୁରରେ ଚାଷୀଙ୍କ ଉପରେ ଗାଡି ଚଳାଇବା ମାମଲାରେ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଆଉ ଏକ ଝଟକା । ଆଶିଷଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହାସହ ଆତ୍ମସମର୍ପଣ ପାଇଁ ତାଙ୍କୁ ଗୋଟିଏ ସପ୍ତାହ ସମୟ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଉଲ୍ଲେଖ ଯୋଗ୍ୟ ଯେ ଲଖିମପୁର ମାମଲାରେ ସୁପ୍ରମିକୋର୍ଟ ମାମଲାର ସବୁ ପକ୍ଷର ଦଲିଲକୁ ଯାଞ୍ଚ କରିବା ପରେ ଏପ୍ରିଲ ୪ ତାରିଖରେ ଏହି ମାମଲାରେ ରାୟକୁ ସୁରକ୍ଷିତ ରଖିଥିଲେ । ଆଶିଷଙ୍କୁ ଆହ୍ଲାବାଦ ହାଇକୋର୍ଟ ଜାମିନ ଦେଇଥିଲେ ମଧ୍ୟ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି ।
ସୂଚନା ମୁତାବକ , ୨୦୨୧ ଅକ୍ଟୋବର ୩ ତାରିଖରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ବିଜେପି କର୍ମୀଙ୍କ ସହ ଯାଉଥିବାବେଳେ ତାଙ୍କୁ ଚାଷୀ ଘେରିଥିଲେ । ଏହି ସମୟରେ ସେ ଜିପ୍ ଚଢାଇଦେବାରୁ ଘଟଣାସ୍ଥଳରେ ୮ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିଲା ।