ବଡ଼ ଖବର: ଆରପାରିରେ ସଂଗୀତଜ୍ଞ ପ୍ରଫୁଲ୍ଲ କର

ଭୁବନେଶ୍ୱର,୧୭/୪: ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ପରଲୋକ ଘଟିଛି।  ୮୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପ୍ରଫୁଲ୍ଲ କର। ଏନେଇ ପ୍ରଫୁଲ୍ଲ କରଙ୍କ ପୁଅ ମହାଦୀପ କର  ସୂଚନା ଦେଇଛନ୍ତି। ଭୁବନେଶ୍ବର ବାସଭବନରେ ତାଙ୍କ ପାର୍ଥିବ ଶରୀର ଥିବା ବେଳେ ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବା ନେଇ ଜଣାପଡିଛି।

ଉଲ୍ଲେଖ ଯୋଗ୍ୟ ଯେ ୧୬ ଫେବୃଆରୀ ୧୯୩୯ରେ ପ୍ରଫୁଲ୍ଲ କର ପୁରୀରେ ଜନ୍ମ ଗ୍ରହଣ କରିଥିଲେ । ୭୦ଟି ଓଡିଆ ୪ଟି ବେଙ୍ଗଲୀ ଫିଲ୍ମ ପାଇଁ କଣ୍ଠଦାନ କରିଛନ୍ତି।