କୁସୁପୁର ଗଣହତ୍ୟା ମାମଲା: ଜେଲା ଗଲା ଅଭିଯୁକ୍ତ ଶିବପ୍ରସାଦ

କଟକ,୧୭/୪: ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାରେ  ସାଲେପୁର ସବ୍ ଜେଲା ଗଲା ଅଭିଯୁକ୍ତ ଶିବପ୍ରସାଦ ସାହୁ । ତେବେ ଅଭିଯୁକ୍ତ ଶିବକୁ ନେବା ପାଇଁ ରିମାଣ୍ଡ ଆବେଦନ କରିନି ପୋଲିସ । ତେଣୁ ସାଲେପୁର ଜେଏମଏଫସି କୋର୍ଟ ଶିବକୁ ଜେଲକୁ ପଠାଇ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ଅଭିଯୁକ୍ତ ଶିବ ସାହୁର ତିନି ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି । ଗତ ଗୁରୁବାର ଦିନ ଶିବକୁ ରିମାଣ୍ଡରେ ଆଣିଥିଲା ପୋଲିସ । ସେ ପ୍ରଥମ ଦିନରେ ପୋଲିସକୁ ସହଯୋଗ କରିନଥିବା ବେଳେ ଦ୍ୱିତୀୟ ଦିନରେ ପୋଲିସ କ୍ରାଇମସିନ୍ ରିକ୍ରିଏସନ୍ କରିଥିଲା । ହେଲେ ଏଯାଏଁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବାରୁ ତଦନ୍ତ ଆଗେଇ ପାରୁନଥିବା କୁହାଯାଉଛି ।