ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳନ

ଭୁବନେଶ୍ୱର, ୧୭/୪: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ। ଏହି ତିରୋଧାନ ଦିବସକୁ ନିରାଡମ୍ବର ଭାବେ ପାଳନ କରୁଛି ବିଜେଡି । ଭୁବନେଶ୍ବର ରେ ଜିଲ୍ଲା ବିଜେଡି ତରଫରୁ ବିନ୍ଦୁ ସାଗରରେ ତିଳତର୍ପଣ କରାଯାଇଛି। ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସଙ୍କ ସମେତ କର୍ପୋରେଟର ଓ ବହୁ ବିଜେଡି କର୍ମୀ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଅନ୍ୟପଟେ ସମସ୍ତ ନିର୍ବାଚନମଣ୍ଡଳୀର ହେବ ୧୫ ଦିନିଆ ସମୂହ ରକ୍ତଦାନ ଶିବିର । ପ୍ରଥମ ଦିନ ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିବାର ଲକ୍ଷ୍ୟ ରଖାଯାଇଛି।