ସୁଆଣ୍ଡୋରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କଲେ ୫-ଟି ସଚିବ

ଭୁବନେଶ୍ୱର,୧୬/୪: ଆଜି ପୁରୀ ଜିଲ୍ଲାର ପବିତ୍ର ମାଟି ତଥା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ । ସେ ସେଠାରେ ପହଂଚି ସୁଆଣ୍ଡୋରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି। ସେଠାରେ ଥିବା ଷଠୀ ଘରର ସୁରକ୍ଷା, ସଂଗ୍ରହାଳୟର ନିର୍ମାଣ ଓ ବ୍ରିଜ଼ଠାରୁ ସୁଆଣ୍ଡୋ ପର୍ଯ୍ୟନ୍ତ ଦୁଇ ଥାକିଆ ରାସ୍ତାର ଆଧୁନିକୀକରଣ ଆଦି ସେ ଦେଖିଛନ୍ତି।

ସେଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୫ ଫୁଟ୍ ଉଚ୍ଚର ଏକ ବ୍ରୋଞ୍ଜ ମୂର୍ତ୍ତି ନିର୍ମାଣ କରାଯିବ ବୋଲି ୫-ଟି ସଚିବ ସୂଚନା ଦେଇଛନ୍ତି। ଏହାଛଡ଼ା ସେଠାରେ ଏକ ପ୍ରମୋଦ ଉଦ୍ୟାନ, ଶିଶୁ ଉଦ୍ୟାନ, ନଈରେ ବୋଟିଂ ବ୍ୟବସ୍ଥାରେ ଆଲୋକୀକରଣ ମଧ୍ୟ କରାଯିବ ବୋଲି ସେ କହିଛନ୍ତି। ଏହି ସମୟରେ ୫-ଟି ସଚିବ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦାୟାଦ ଓ ଗ୍ରାମବାସୀଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହି ସମସ୍ତ ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଗସ୍ତ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ ଓ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂହଙ୍କ ସମେତ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।