ବଜ୍ରାଘାତ, ଝଡ଼ବର୍ଷା ନେଇ ୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, ୧୫/୪: ରାଜ୍ୟରେ ଏବେ ଦିନକୁ ଦିନ ଖରା ଓ ଗରମ ଲୋକମାନଙ୍କୁ ଅସ୍ତବ୍ୟସ୍ତ କରିଛି। ଏହାରିମଧ୍ୟରେ ବର୍ଷା ହେବା ନେଇ ସୂଚନା ରହିଛି। ବଜ୍ରାଘାତ, ଝଡ଼ବର୍ଷା ନେଇ ୭ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡିକ ହେଉଛି କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା। ଅନ୍ୟପଟେ ସ୍ଥିତି ଉପରେ ନଜର ରହିବାକୁ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ଏସଆରସିି  ନିର୍ଦ୍ଦେଶ ଦେଇଛନ୍ତି।