ମାଲକାନଗିରିରେ ଆରମ୍ଭ ହେବ ବିମାନ ସେବା

ଭୁବନେଶ୍ୱର,୧୫/୪ : ମାଲକାନଗିରିରେ ଆରମ୍ଭ ହେବ ବିମାନ ସେବା । ଆସନ୍ତା ୨୦୨୪ ମାର୍ଚ୍ଚ ସୁଦ୍ଧା ମାଲକାନଗିରିରୁ ବିମାନ ସେବା ଆରମ୍ଭ ହେବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ମାଲକାନଗିରିରେ ପ୍ରସ୍ତାବିତ ଏୟାରଷ୍ଟ୍ରିପ୍ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଛି ଓ ଜଙ୍ଗଲ ଅନୁମତି ମଧ୍ୟ ପ୍ରକଳ୍ପକୁ ମିଳିସାରିଛି । ଏହି ଏୟାର ଷ୍ଟ୍ରିପ୍ ନିର୍ମାଣ ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆହ୍ୱାନ କରିବେ। ଫଳରେ ୨୦୨୪ ମାର୍ଚ୍ଚ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହୋଇ ଏଠାରୁ ବିମାନ ସେବା ଉପଲବ୍ଧ ହୋଇପାରିବ । ସମସ୍ତ ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ ଶେଷ କରିବା ପରେ କ୍ଷେତ୍ର ପରିଦର୍ଶନରେ ଯାଇ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତାକୁ ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ।