ରାଜ୍ୟର ୪ଟି ଜିଲ୍ଲାରେ ମୃଦୁ ଭୂକମ୍ପ

ଭୁବନେଶ୍ୱର,୧୫/୪: ରାଜ୍ୟର ୪ଟି ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରହିଛି । ଦିନ ୧୧ଟା ୧୯ରେ ଭୂକମ୍ପର ଝଟ୍‌କା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମ, ନୟାଗଡ଼, ଫୁଲବାଣୀ ଓ ବୌଦ୍ଧ ଜିଲ୍ଲାରେ ଭୂକମ୍ପ ଝଟ୍‌କା ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ମଧ୍ୟବର୍ତ୍ତୀ ଅଞ୍ଚଳ ବୋଲି ଜଣାପଡ଼ିଛି ।