ଭୁବନେଶ୍ୱର,୧୫/୪: ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ଗରମ, ସବୁଠି ତାତିରେ ସିଜୁଛନ୍ତି ଲୋକେ । ଗତ କିଛି ଦିନ ଧରି ରାଜ୍ୟରେ ବଢ଼ିଥିବା ଗରମ ସମସ୍ତଙ୍କୁ ଆଉଟୁପାଉଟୁ କରୁଛି । ସ୍ଥିତି ଏପରି ହୋଇଛି କି ସୋନପୁର ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ପଶ୍ଚିମ ଓଡ଼ିଶାର ଏହି ପ୍ରମୁଖ ସହର ଚଳିତ ସିଜିନରେ ତାତିର ସବୁ ରେକର୍ଡ ପାର୍ କରିଛି । ଗତକାଲି ସୋନପୁରରେ ପାରଦ ୪୪ ଦଶମିକ ୨ ଡିଗ୍ରୀ ଛୁଇଁଥିଲା । କେବଳ ପଶ୍ଚିମ ଓଡ଼ିଶା ନୁହେଁ ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିଛି । ଅସହ୍ୟ ତାତିରେ ଓଡ଼ିଶା ଜଳୁଥିବା ବେଳେ ରାଜ୍ୟର ୧୬ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା ।
ବଲାଙ୍ଗିରରେ ୪୨.୮, ବାରିପଦାରେ ୪୨.୫, ଝାରସୁଗୁଡ଼ାରେ ୪୨.୨ ଓ ବୌଦ୍ଧରେ ପାରଦ ୪୨ ଡିଗ୍ରୀ ରହିଥିଲା ସେହିଭଳି ତାଳଚେର, ଅନୁଗୁଳ, ସୁନ୍ଦରଗଡ଼ ଓ ଟିଟିଲାଗଡ଼ରେ ଦିନର ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।