ଆସନ୍ତା ୧୮ ତାରିଖରୁ ସାମ୍ବାଦିକ ଯାଇପାରିବେ ଲୋକସେବା ଭବନ

ଭୁବନେଶ୍ୱର, ୧୨/୪: ଏଣିକି ସାମ୍ବାଦିକ ଯାଇପାରିବେ ଲୋକସେବା ଭବନ  । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଆସନ୍ତା ୧୮ ତାରିଖରୁ ସାମ୍ବାଦିକମାନେ ପାସ୍‌ ଦେଖାଇ ଲୋକସେବା ଭବନରେ ଏଣ୍ଟ୍ରି କରିପାରିବେ ।

ଦୀର୍ଘ ଦୁଇ ବର୍ଷ ପରେ ସାମ୍ବାଦିକମାନେ ଏଥର ଖବର ସଂଗ୍ରହ ପାଇଁ ଲୋକସେବା ଭବନ ଭିତରକୁ ପ୍ରବେଶ କରିପାରିବେ । କୋଭିଡ ମହାମାରୀ କାରଣରୁ ୨୦୨୦ ମସିହାଠାରୁ ସାମ୍ବାଦିକମାନଙ୍କୁ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା । ଏବେ ସରକାର ଏହି କଟକଣା ଉଠାଇ ନେଇଛନ୍ତି ।