+୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ୱର,୧୨/୪: ରାଜ୍ୟରେ କରୋନା ଯୋଗୁ ସ୍କୁଲ, କଲେଜ କିଛି ଖୋଲିପାରୁନଥିଲା କି କୌଣସି ପରୀକ୍ଷା ମଧ୍ୟ ହୋଇପାରୁନଥିଲା । ଏବେ ଟିକେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲାଯିବା ସହ ପରୀକ୍ଷା ମଧ୍ୟ ହେଉଛି । ଏହାରି ମଧ୍ୟରେ +୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ୩ଟି ବିଷୟ ପରୀକ୍ଷା ସୂଚୀରେ ପରିବର୍ତ୍ତନ ହୋଇଛି । ଗଣିତ, ହୋମ ସାଇନ୍ସ ଓ ବାୟୋଲୋଜୀ ପରୀକ୍ଷା ସୂଚୀରେ ପରିବର୍ତ୍ତନ । ମେ ୧୯ରେ ହେବାକୁ ଥିବା ପରୀକ୍ଷା ମେ ୩୧ରେ ହେବ । ବିଜ୍ଞାନ ପିଲାଙ୍କ ପରୀକ୍ଷା ସୂଚୀରେ କମ ବ୍ୟବଧାନ ଥିବାରୁ ପରିବର୍ତ୍ତନ କରାଯାଇଛି । ପରୀକ୍ଷା ସୂଚୀରେ ପରିବର୍ତ୍ତନ ନେଇ ସିଏଚଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।