ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ କେନ୍ଦ୍ରକୁ ଚିଠି

ନୂଆଦିଲ୍ଲୀ,୧୧/୪: ରାଜ୍ୟର ହିତାଧିକାରୀଙ୍କ ଶତ ପ୍ରତିଶତ ଚାଉଳ ଦେବାକୁ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଚାଉଳ ଯୋଗାଇବାକୁ ସେ ଦାବି କରିଛନ୍ତି। ଭାତ ଓଡ଼ିଶାବାସୀଙ୍କ ପ୍ରମୁଖ ଖାଦ୍ୟ ହୋଇଥିବାରୁ ଚାଉଳ ଯୋଗାଯାଉ ବୋଲିି ଦାବି କରିଛନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ କେନ୍ଦ୍ର ମାସିକ ଦେଉଛି ୮୬% ଚାଉଳ, ବାକି ୧୪% ଗହମ ଦେଉଥିବାରୁ ଗ୍ରାମାଞ୍ଚଳରେ ହିତାଧିକାରୀ ହଇରାଣ ହେଉଛନ୍ତି।୨୦୨୨ ଫେବ୍ରୁଆରୀରୁ ୧୮ ତାରିଖରୁ ଚିଠି ଦିଆଯାଇଥିଲେ ବି ପଦକ୍ଷେପ ନିଆଯାଉନି ବୋଲି କେନ୍ଦ୍ର ମନ୍ତ୍ରୀ ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯାଉ ବୋଲି ସେ କହିଛନ୍ତି।