ରାଜ୍ୟରେ ଆଜି ଦିନକରେ ଆଉ ୧୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୧/୪: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୭ ଓ ସ୍ଥାନୀୟ ଅଞ୍ଚଳରୁ ୫ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୪ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୮୫୪ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ  ୧୨,୭୮,୫୩୬ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୪୪ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।