ଆଜିଠୁ ୧୮ବର୍ଷରୁ ଅଧିକ ବୟସ୍କ ନେଇପାରିବେ ବୁଷ୍ଟର ଡୋଜ୍, ଜାଣନ୍ତୁ କେମିତି ନେବେ

ଭୁବନେଶ୍ୱର,୧୦/୪: କରୋନା ବିରୋଧରେ ଲଢେଇ ଜାରି ରଖିଛି ଭାରତ । ଏବେ ଦେଶରେ କରୋନା ସଂକ୍ରମଣ ହାର କମିଥିଲେ ମଧ୍ୟ ଟୀକାକରଣ ପ୍ରକ୍ରିୟାକୁ ଜାରି ରଖାଯାଇଛି । ଏହାରିମଧ୍ୟରେ ଦେଶରେ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଆଜିଠାରୁ ବୁଷ୍ଟର ଡୋଜ୍ ଦେବା ଆରମ୍ଭ ହେଉଛି । ସରକାରୀ ଟିକାକରଣ ବାଦ ଏଣିକି ଘରୋଇ ହସ୍ପିଟାଲ ଓ ଟିକାକେନ୍ଦ୍ରରେ କୋଭିଟ ଟିକା ଦିଆଯିବ । ତେବେ ଏହା ପୂର୍ବରୁ କୋଭିଡ ଟିକା କୋଭିସିଲ୍ଡ ଓ କୋଭାକ୍ସିନ ଟିକା ର ଦାମ କମିଛିି । କୋଭିସିଲ୍ଡ ଟିକା ଏଣିକି ୬୦୦ ଟଙ୍କା ବଦଳରେ ୨୨୫ ଟଙ୍କାରେ ମିଳିବ ଓ ସେହିପରି କୋଭାକ୍ସିନ ଟିକା ୨୨୫ ଟଙ୍କାରେ ମିଳିପାରିବ ଯାହାର ମୂଲ୍ୟ ୧୨୦୦ ଟଙ୍କା ଥିଲା । ଦ୍ୱିତୀୟ ଡୋଜ ନେବାର ୯ ମାସ ହୋଇଥିଲେ ବୁଷ୍ଟର ଡୋଜ୍ ନେଇପାରିବେ । ଯେଉଁ ଟିକାର ୨ଟି ଡୋଜ୍ ନେଇଥିବେ ସେହି ଟିକା ବୁଷ୍ଟର ଆକାରରେ ଦିଆଯିବ । ୧୮ରୁ ୫୯ ବର୍ଷର ବ୍ୟକ୍ତି କୋ-ୱିନ ପୋର୍ଟାଲରେ ଏଥିପାଇଁ ପଞ୍ଜିକରଣ କରିପାରିବେ । ନଚେତ ସିଧାସଳଖ ଘରୋଇ ଟିକା କେନ୍ଦ୍ରରେ ପହଂଚି ମଧ୍ୟ ବୁଷ୍ଟର ଡୋଜ୍ ନେଇପାରିବେ ।