କମିଲା କୋଭାକ୍ସିନ୍ ଓ କୋଭିସିଲ୍ଡ ଦର

ଭୁବନେଶ୍ୱର,୯/୪: ଦେଶ ଓ ରାଜ୍ୟରେ କଁ ରୋନା ସଂକ୍ରମଣ ହ୍ରାସ ପାଇଛି। କିନ୍ତୁ ବିପଦ ଏବେ ବି ଟଳିନି। ତେଣୁ ଏବେ ବି ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ଏହାରି ମଧ୍ୟରେ ଘରୋଇ ହସ୍ପିଟାଲ ପାଇଁ କମିଲା କୋଭାକ୍ସିନ ଓ କୋଭିସିଲ୍ଡ ଦର । କୋଭାକ୍ସିନ୍ ୧୨୦୦ରୁ ଖସି ୨୨୫ ଟଙ୍କା ହୋଇଥିବା ବେଳେ କୋଭାସିଲ୍ଡ ମଧ୍ୟ ୬୦୦ ବଦଳରେ ୨୨୫ ଟଙ୍କା  ହୋଇଛି। ସରକାରଙ୍କ ସହ ଆଲୋଚନା ପରେ ଉଭୟ କମ୍ପାନୀ ସିଇଓ ଟ୍ବିଟ୍ କରି ଏହା ଜଣାଇଛନ୍ତି।