ରାଜ୍ୟରେ ୪୦ ଡିଗ୍ରୀ ଛୁଇଁଲା ୫ ସହରର ତାପମାତ୍ରା

ଭୁବନେଶ୍ୱର,୭/୪:ରାଜ୍ୟରେ ଏବେ ଦିନକୁ ଦିନ ତାପମାତ୍ରା ଓ ତାତି ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ୫ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବା ରେକର୍ଡ ରହିଛି। ୪୧.୫ ଡିଗ୍ରୀ ସହ ବଲାଙ୍ଗିର ସବୁଠୁ ଉତ୍ତପ୍ତ ସହର। ସେହିପରି ଟିଟିଲାଗଡ଼ ୪୧, ବୌଦ୍ଧ ୪୧, ଝାରସୁଗୁଡ଼ା ୪୦.୩, ଭବାନୀପାଟଣା ୪୦ ଡିଗ୍ରୀ ରହିଛି। ଭୁବନେଶ୍ୱର ୩୬.୨ ଡିଗ୍ରୀ ଓ କଟକ ସହରର ତାପମାତ୍ରା ୩୫.୮ ଡିଗ୍ରୀ ରହିିଥିବା ସୂଚନା ରହିଛି।