ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗା ଘଟଣା, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ପୁରୀ,୭/୪: ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୁରକ୍ଷା ବ୍ୟବସ୍ଥା ନେଇ ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଆଜି ରାତିରୁ ଶ୍ରୀମନ୍ଦିରରେ ଜେଟିପି ସହ ପୋଲିସ ମୁତୟନ ହେବା ନେଇ ସୂଚନା ରହିଛି । ଜଣେ ପୋଲିସ ଅଫିସରଙ୍କ ନେତୃତ୍ୱରେ ପୋଲିସ, ଜେଟିପି ମୁତୟନ ହେବେ । ରୋଷଘର ଗେଟ୍‌ରେ ୪ଟି ଜାଗାରେ ସିସିଟିଭି ଲଗାଯିବା ନେଇ ନିଷ୍ପତ୍ତି ହୋଇଛି । ସେଦିନ ଡ୍ୟୁଟିରେ ଥିବା ଜେଟିପିଙ୍କୁ ସୋ-କଜ୍ ନୋଟିସ କରାଯାଇଥିଲା । ସୋ-କଜ୍‌ର ଜବାବ ଦିଆଯାଇଛି ଓ ଜବାବ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।