ଯୋଗ ଉତ୍ସବରେ ସାମିଲ ହେଲେ ଭିଏତନାମ ରାଷ୍ଟ୍ରଦୂତ ଫାମ୍ ସନ୍ ଚାଉ

ନୂଆଦିଲ୍ଲୀ,୭/୪: ଲାଲକିଲ୍ଲାରେ ଆୟୋଜିତ ‘ଯୋଗ ଉତ୍ସବ’ରେ ଲୋକସଭା ବାଚସ୍ପତି ଓମ ବିର୍ଲା ଓ କେନ୍ଦ୍ର ମନ୍ତ୍ରୀ ସରବାନନ୍ଦ ସୋନୱାଲ ଯୋଗ ଦେଇଛନ୍ତି । ଆଜି ବିଶ୍ବ ସ୍ବାସ୍ଥ୍ୟ ଦିବସ । ସ୍ବାସ୍ଥ୍ୟ ଦିବସ ଉପଲକ୍ଷେ ଲାଲକିଲ୍ଲାରେ ଆୟୋଜିତ ହୋଇଛି ‘ଯୋଗ ଉତ୍ସବ’ । ଲାଲକିଲ୍ଲାରେ ଆୟୋଜିତ ଏହି ‘ଯୋଗ ଉତ୍ସବ’ରେ ସାମିଲ ହେଲେ ଭିଏତନାମ ରାଷ୍ଟ୍ରଦୂତ ଫାମ୍ ସନ୍ ଚାଉ । ଆୟୋଜିତ ଉତ୍ସବରେ ସାମିଲ ହୋଇ ଯୋଗ କରୁଥିବା ଫଟୋ ଟ୍ବିଟ୍ କରିବା ସହ ସତେଜ ଓ ଫୂର୍ତ୍ତି ଅନୁଭବ କରୁଥିବା କହିଛନ୍ତି ଫାମ୍ ସନ୍ । ପ୍ରତ୍ୟେକ ମନୁଷ୍ୟ ପ୍ରଦିଦିନ ଯୋଗ କରିବା ଆବଶ୍ୟକ । ଭାରତ ସରକାର ପୂରା ଦେଶରେ ଯେଉଁପରି ଭାବେ ଯୋଗର ଚିନ୍ତାଧାରାକୁ କାର୍ଯ୍ୟକାରୀ କରିଛନ୍ତି ତାହା ଅତି ପ୍ରଶଂସନୀୟ ବୋଲି ସେ କହିଛନ୍ତି ।