ପଳାସୁଣୀ ଛକ ଦୁର୍ଘଟଣା, ଫେରାର ହାଇୱା ଡ୍ରାଇଭର ଗିରଫ

ଭୁବନେଶ୍ୱର, ୬/୪: ଭୁବନେଶ୍ୱର ପଳାସୁଣୀ ଛକରେ ହାଇୱା ଧକ୍କାରେ କାର୍ ଚାଳକଙ୍କ ମୃତ୍ୟ ହୋଇଥିଲା। ଏହି ଘଟଣାରେ ଫେରାର ହାଇୱା ଡ୍ରାଇଭର ଖୋର୍ଦ୍ଧା ନିକଟବର୍ତ୍ତୀ ବୋଗୋଡ଼ା ଗାଁରୁ ଗିରଫ ହୋଇଛି।। ଦ୍ରୁତ ଗତିରେ ଅସାବଧାନ ହୋଇ ଗାଡ଼ି ଚଳାଇବା ଅଭିଯୋଗରେ ଗିରଫ ହୋଇଥିବା ନେଇ ସୂଚନା ମିଳିଛି। ହାଇୱାରେ ନିର୍ଦ୍ଧାରିତ ପରିମାଣ ଠାରୁ ଅଧିକ ମାଲ୍ ଥିବା ମଧ୍ୟ ଅଭିଯୋଗ ହୋଇଛି।