ପୌର ଉପାଧ୍ୟକ୍ଷ ନିର୍ବାଚନ, ପ୍ରାର୍ଥୀଙ୍କ ଭୋଟ୍ ସମାନ ହେଲେ ଲଟେରୀ ଜରିଆରେ ହେବ ଫଇସଲା

ଭୁବନେଶ୍ୱର,୬/୪: ଆସନ୍ତାକାଲି ହେବାକୁ ଥିବା ପୌର ଉପାଧ୍ୟକ୍ଷ ନିର୍ବାଚନ ନେଇ ସୂଚନା ଦିଆଯାଇଛି। ନିର୍ବାଚନ ବିଧି ସଂପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସୂଚନା ଦେଇ କହିଛନ୍ତି ଯେ ନିୟମାନୁସାରେ ଦଳୀୟ କାଉନସିଲର ଏଜେଣ୍ଟଙ୍କୁ ଦେଖାଇ ଭୋଟ ଦେବେ। କାହାକୁ ଭୋଟ ଦେଲେ ସଂପୃକ୍ତ ଦଳ ପକ୍ଷରୁ ନିଯୁକ୍ତ ଏଜେଣ୍ଟଙ୍କୁ ଦେଖାଇବେ। ଏହାସହ ଅଧିକ ଭୋଟ ପାଇଥିବା ୨ ପ୍ରାର୍ଥୀଙ୍କ ମଧ୍ୟରେ ଚୂଡ଼ାନ୍ତ ମୁକାବିଲା ହେବ। ଯଦି ଉଭୟ ପ୍ରାର୍ଥୀଙ୍କ ଭୋଟ୍ ସମାନ ହୁଏ, ଲଟେରୀ ଜରିଆରେ ଫଇସଲା ହେବା ନେଇ ସୂଚନା ମିଳିଛି।