କିପରି କଟିବ ଆଜି ଆପଣଙ୍କ ଦିନ: ୬/୪/୨୦୨୨

ମେଷ:ଆଜି ଆପଣ ଅଧିକ କାର୍ଯ୍ୟ ବ୍ୟସ୍ତରେ ରହିବେ। ତଥାପି ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ କେନ୍ଦ୍ରିତ କରିବା ଉଚିତ। ନୂଆ ବ୍ୟବସାୟ ଆପଣଙ୍କ କରିବା ପାଇଁ ଆପଣ ନିଷ୍ପତ୍ତି ନେଇ ପାରନ୍ତି। କଳା ପ୍ରତି ରୁଚି ରଖୁଥିବା ଲୋକଙ୍କୁ ଉତ୍ତମ ଅବସର ମିଳିପାରେ।

ବୃଷ:ଜୀବନସାଥୀଙ୍କ ସହିତ ଉତ୍ତମ ସଂପର୍କ ସ୍ଥାପନ ହେବ। ଆପଣଙ୍କୁ ପରିବାର ଲୋକଙ୍କ ଠାରୁ ସଠିକ ସମୟରେ ସହଯୋଗ ପ୍ରାପ୍ତ ହେବ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। କୌଣସି ପୁରୁଣା ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ।ଚାକିରି କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତୀ ମିଳିବାର ଯୋଗ ରହିଛି।

ମିଥୁନ:ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କୌଣସି ବ୍ୟକ୍ତିଙ୍କ ସହିତ ଆପଣଙ୍କର ବିବାଦ ହୋଇପାରେ। ଆପଣଙ୍କୁ ଅଯଥା କଥାରେ ଲୋକଙ୍କ ସହିତ ବିବାଦ କରିବା ଉଚିତ ନୁହେଁ, ଏହାଦ୍ଵାରା ସୋନ ହିଁ ସମସ୍ୟାରେ ପଡ଼ି ପାରନ୍ତି।ପରିବାରରେ କୌଣସି ସଦସ୍ୟଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ।

କର୍କଟ:ପାରିବାରିକ ସମ୍ପର୍କକୁ ସୁଦୃଢ କରିବା ପାଇଁ ପ୍ରୟାସ କରନ୍ତୁ। ଚାକିରି କ୍ଷେତ୍ରରେ ଆପଣଙ୍କ କାର୍ଯ୍ୟ ପ୍ରଣାଳୀ ଉପରେ ବରିଷ୍ଠ ଅଧିକାରୀ ପ୍ରସନ୍ନ ହେବେ। କାରବାରରେ ଆପଣଙ୍କୁ ବହୁତ ଲାଭ ମିଳିବାର ଯୋଗ ରହିଛି। ସାମାଜିକ କାର୍ଯ୍ୟାନୁଷ୍ଠାନରେ ଯୋଗଦାନ କରିବେ।

ସିଂହ:କାର୍ଯ୍ୟକ୍ଷେତ୍ରରେ କିଛି କର୍ମଚାରୀଙ୍କ ସହିତ ଆପଣଙ୍କର ବିବାଦ ହୋଇପାରେ। ଆଜିର ଦିନଟି ଆପଣଙ୍କ ପାଇଁ ସୁଖମୟ ସାବ୍ୟସ୍ତ ହେବ।ବ୍ୟାପାର କରୁଥିବା ଲୋକଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ। ଅବିବାହିତ ଥିବା ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ।

କନ୍ୟା:ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ରହିବ। ଆପଣ ଧର୍ମକର୍ମ କାର୍ଯ୍ୟରେ ଯୋଗଦାନ କରିବେ। ରୋଜଗାର ନଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିପାରେ। ବିବାହିତ ଦମ୍ପତ୍ତି ପରସ୍ପର ସହିତ ଉତ୍ତମ ସମୟ ଅତିବାହିତ କରିବେ।

ତୁଳା:ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ପୈତୃକ ସମ୍ପତ୍ତି ପ୍ରାପ୍ତ ହୋଇପାରେ। ଆପଣଙ୍କୁ ନିଜ ଖାଦ୍ୟପେୟ ଉପରେ ସର୍ବଦା ନିୟନ୍ତ୍ରଣ ରଖିବା ଆବଶ୍ୟକ।ଅଯଥା ବିବାଦରେ ସାମିଲ ହୁଅନ୍ତୁ ନାହିଁ।

ବିଛା:ଆଜିର ଦିନଟି ଆପଣଙ୍କ ପାଇଁ ସୁଖମୟ ରହିବ।ଚାକିରି କ୍ଷେତ୍ରରେ ଆପଣ ଉନ୍ନତି ଲାଭ କରିବେ। କାରବାରରେ ଆପଣ ଧନଲାଭ କରି ପାରନ୍ତି।ପରୀକ୍ଷାର୍ଥୀ ମାନେ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବେ।କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ।

ଧନୁ:ଆଜି ଆପଣଙ୍କର ଘରୋଇ କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇପାରେ। ଶତ୍ରୁ ଆପଣଙ୍କ ଜୀବନରେ ସମସ୍ୟା ସୃଷ୍ଟି କରି ପାରନ୍ତି।କୌଣସି ବ୍ୟକ୍ତି ଆପଣଙ୍କ ସହିତ ବିଶ୍ବାସଘାତକତା କରି ପାରନ୍ତି, ତେଣୁ ସତର୍କ ରୁହନ୍ତୁ। ସମାଜରେ ଆପଣ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବେ।

ମକର:ଆପଣ ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି।କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସୁଖଦ ସମାଚାର ମିଳିପାରେ।ମାନସିକ ଓ ଶାରିରୀକ ରୂପରେ ଆପଣ ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

କୁମ୍ଭ:ବ୍ୟବସାୟିକ କାର୍ଯ୍ୟ ପାଇଁ ଆପଣ ଆଜି କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ଭୁଲ କାର୍ଯ୍ୟରୁ ନିବୃତ ରୁହନ୍ତୁ, ନଚେତ ପରିଣାମ ଭୟଙ୍କର ହୋଇପାରେ। ଆଜି ଘରକୁ ଅତିଥିଙ୍କ ଆଗମନ ହୋଇପାରେ।ପରିବାରର ସମସ୍ତ ଦାୟିତ୍ୱ ପୂରଣ କରନ୍ତୁ।

ମୀନ:ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଶତ୍ରୁ ଆପଣଙ୍କୁ ଭୟ କରି ପାରନ୍ତି।ଚାକିରି କ୍ଷେତ୍ରରେ ଆପଣଙ୍କୁ ବଡ଼ ଦାୟିତ୍ୱ ମିଳିପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟରେ ଆପଣ ଅଧିକ ଲାଭବାନ ହେବେ। ପ୍ରେମୀ ଯୁଗଳ ପରସ୍ପର ସହିତ ସମୟ ଅତିବାହିତ କରିବେ।