କରୋନା ସମ୍ପର୍କରେ ଆଲୋଚନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୩୦/୧୧: କରୋନା ସମ୍ପର୍କରେ ଆଲୋଚନା ପାଇଁ ସର୍ବଦଳୀୟ ବୈଠକ ଡକାଯାଇଛି। ଏନେଇ ଡିସେମ୍ବର ୪ରେ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକସଭା ଓ ରାଜ୍ୟସଭାର ଗୃହ ନେତାଙ୍କୁ ବୈଠକକୁ ଡକାଯାଇଛି।

ସେହିପରି ଅନ୍ୟପଟେ ୩ ଟିକା ପ୍ରସ୍ତୁତକର୍ତ୍ତାଙ୍କ ସହ ଭର୍ଚୁଆଲ୍‌ ମିଟିଂରେ କଥା ହେବେ ପ୍ରଧାନମନ୍ତ୍ରୀ । ତିନି କମ୍ପାନୀ ହେଉଛନ୍ତି ପୁନେର ବାୟୋ ଫାର୍ମାସ୍ୟୁଟିକାଲ୍‌, ହାଇଦ୍ରାବାଦର ବାୟୋଲୋଜିକାଲ୍‌ ଇ ଲିମିଟେଡ୍‌ ଓ ଡକ୍ଟର ରେଡ୍ଡି ଲାବ୍ରୋଟୋରିଜ୍‌।