ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣା, ଜଣେ ଚିହ୍ନଟ

ଭୁବନେଶ୍ୱର, ୪/୪: ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସିସିଟିଭି ଯାଞ୍ଚରୁ ଜଣଙ୍କୁ ଚିହ୍ନଟ କରିଛି ପୋଲିସ । ସୁଆର ମହାସୁଆର ସଭାପତିଙ୍କ ଉପସ୍ଥିତିରେ ଚାଲିଛି ସିସିଟିଭି ଯାଞ୍ଚ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏନେଇ ଏତଲା ଦିଆଯିବା ପରେ ଜଣଙ୍କୁ ଚିହ୍ନଟ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ ଏତଲା ପରେ ଆକ୍ସନ ମୋଡ଼କୁ ଆସିଛି ପୋଲିସ । ତଦନ୍ତ ପାଇଁ ଗଠିତ ହୋଇଛି ୫ଜଣିଆ ଟିମ୍‌ । ସେହିଭଳି ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି ବୋଲି କହିଛନ୍ତି ପୁରୀ ଏସ୍‌ପି କେ. ବିଶାଲ୍‌ ସିଂହ । ଶ୍ରୀମନ୍ଦିର ରୋଷ ଘର ଭିତରେ ଚୁଲି ଭଙ୍ଗା ଘଟଣାରେ ଆଇପିସିର ଧାରା ୪୨୭, ୨୯୫, ୨୯୫ (କ),ଶ୍ରୀମନ୍ଦିର ପ୍ରଶାସନର ଆଇନ୍ ୩୦(କ) ୪(ବି) ଅନୁଯାୟୀ ମାମଲା ରୁଜୁ ହୋଇଛି ।