ଆଜି ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଏବଂ ଡିଜେଲ ଦର

ଦିଲ୍ଲୀ,୨/୪: ଦେଶରେ ତୈଳ ଦର ବୃଦ୍ଧିରେ ଲାଗୁନି ବ୍ରେକ୍। ଆଜି ପୁଣି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଉଭୟ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି। ଏହାକୁ ମିଶାଇ ଗତ ୧୨ ଦିନ ମଧ୍ୟରେ ଲିଟର ପିଛି ୭.୨୦ଟଙ୍କା ବୃଦ୍ଧି ପାଇଲାଣି। ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୧୦୨.୬୧ ଟଙ୍କା ଥିବା ବେଳେ ପୂର୍ବ ଦର ୧୦୧.୮୧ ଥିଲା। ସେହିପରି ଡିଜେଲ ଦର ୯୩.୦୭ ଟଙ୍କାରୁ ବୃଦ୍ଧି ପାଇ ୯୩.୮୭ ଟଙ୍କା ହୋଇଛି। ସମଗ୍ର ଦେଶରେ ତୈଳ ଦର ବୃଦ୍ଧି ପାଇଛି। ବିଭିନ୍ନ ଦେଶରେ ଥିବା ଟ୍ୟାକ୍ସ ବ୍ୟବସ୍ଥା ଅନୁଯାୟୀ ଦର ବୃଦ୍ଧି ଲାଗୁ ହେଉଛି। ଅନ୍ୟପଟେ ଅଣ-ସବସିଡି ୧୪.୨ କେଜି ବିଶିଷ୍ଟ ଏଲପିଜି ଗ୍ୟାସ ସିଲିଣ୍ଡର ଦାମ ୯୪୯.୫୦ ଟଙ୍କା ରହିଛି। ତେବେ ମୁମ୍ବାଇରେ ୧୯ କେଜି ବିଶିଷ୍ଟ କମର୍ସିଆଲ ଗ୍ୟାସ ଟାଙ୍କିର ଦାମ ରହିଛି ୨,୨୦୫ହ ଟଙ୍କା। ତୈଳ ଠାରୁ ଆରମ୍ଭ କରି ଗ୍ୟାସ୍‌ ପର୍ଯ୍ୟନ୍ତ ଦର ବୃଦ୍ଧି ହେଉଛି।