ଭିଜିଲାନ୍ସ ଜାଲରେ RMC ଇନ୍‌ସ୍ପେକ୍ଟର

ଭୁବନେଶ୍ୱର, ୨/୪: ଭିଜିଲାନ୍ସ ଜାଲରେ ସର୍ଗିପାଲି ନିୟନ୍ତ୍ରିତ ବଜାର କମିଟି ଇନ୍ସପେକ୍ଟର ବନମାଳୀ ନାଏକ। ସୁନ୍ଦରଗଡ଼ ଟାଉନରେ ଥିବା ବନମାଳୀଙ୍କ ଅଫିସ୍, କୁକୁରିଡିହି ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍‌ ପକାଇଥିବା ସୂଚନା ମିଳିଛି। କେନ୍ଦୁପଡ଼ାରେ ୨ଟି ତିନି ମହଲା କୋଠା, ତାଳଶଙ୍କର ମୌଜାରେ ଦୁଇ ମହଲା ଘରେ ରେଡ୍‌ ପଡିଛି। ଏହାସହ ଷଢେଇକେଳାରେ ଥିବା ବନମାଳୀଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ାଉ ହୋଇଛି।