ରାଜ୍ୟରେ ଆଜି ୨୭୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୧୫ା୧୦: ରାଜ୍ୟରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲୁଥିବା ବେଳେ ଖୁସି ଖବର ସାମ୍ନାକୁ ଆସିଛି । ଆଜି ୨୭୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୩୮୫୩୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪୫୭, କଟକରୁ ୨୦୨, ପୁରୀରୁ ୧୮୫, ଅନୁଗୁଳରୁ ୧୮୨, କେନ୍ଦ୍ରାପଡ଼ାରୁ ୧୫୦, ନୂଆପଡ଼ାରୁ ୧୪୨, ସୁନ୍ଦରଗଡ଼ରୁ ୧୦୬, ବାଲେଶ୍ୱରରୁ ୯୪, ଯାଜପୁରରୁୁ ୯୧, କଳାହାଣ୍ଡିରୁ ୭୮, ବଲାଙ୍ଗିରରୁ ୭୪, ବରଗଡ଼ରୁ ୭୩, କେନ୍ଦୁଝରରୁ ୭୨, ସମ୍ବଲପୁରରୁ ୭୨, ମୟୁରଭଞ୍ଜରୁ ୬୮, ମାଲକାନଗିରିରୁୁ ୬୭, ଜଗତସିଂହପୁରରୁ ୬୫, ନବରଙ୍ଗପୁରରୁ ୬୨, ସୋନପୁରରୁ ୫୯, ଝାରସୁଗୁଡ଼ାରୁ ୫୬, ନୟାଗଡ଼ରୁ ୫୫, ରାୟଗଡ଼ାରୁ ୫୪, କୋରାପୁଟରୁ ୫୧, କନ୍ଧମାଳରୁ ୪୩, ଭଦ୍ରକରୁ ୩୩, ଗଞ୍ଜାମରୁ ୩୧, ଢ଼େଙ୍କାନାଳରୁ ୨୭, ବୌଦ୍ଧରୁ ୨୧, ଦେଓଗଡ଼ରୁ ୧୮ ଜଣ ସୁସ୍ଥ ହୋଇଛନ୍ତି ।