ସକାଳୁଆ ସ୍କୁଲ ଟାଇମିଂରେ ପରିବର୍ତ୍ତନ

ଭୁବନେଶ୍ୱର, ୩୧/୩: ସକାଳୁଆ ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ସକାଳ ସାଢେ ୬ଟାରୁ ସାଢେ ୧୦ଟା ଯାଏ ସ୍କୁଲ ଆସିବେ। ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୭ଟାରୁ ଦିନ ୧୧ଟା ୩୦ ଯାଏ  କ୍ଲାସ ହେବ। ସମୟ ପରିବର୍ତ୍ତନ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ ପ୍ରବଳ ଖରା ଯୋଗୁ ଏହିପରି ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଅନ୍ୟପଟେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ପର୍ଯ୍ୟାୟ କ୍ରମେ ସ୍କୁଲ ଓ କଲେଜ ଖୋଲାଯାଉଛି।