ରାଜ୍ୟରେ ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର,୩୧/୩: ରାଜ୍ୟରେ ଆକାଶ ଛୁଆଁ ହେବାରେ ଲାଗିଛି ତୈଳ ଦର । ତେଣୁ ରାଜ୍ୟରେ ବସ୍ ଭଡ଼ା ବଢ଼ିଲା ଅର୍ଡିନାରୀ ଭଡ଼ା କି.ମି ପିଛା ୮୭ରୁ ୯୦ ପଇସାକୁ ବୃଦ୍ଧି ପାଇଥିବା ବେଳେ ଏକ୍ସପ୍ରେସ ଭଡ଼ା କିମି ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି । ସେହିପରି ଡିଲକ୍ସ ଭଡ଼ା ୧ ଟଙ୍କା ୨୫ରୁ ୧ ଟଙ୍କା ୩୧ ପଇସାକୁ ବଢ଼ିଛି । ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୫୩ରୁ ୧ ଟଙ୍କା ୫୯ ପଇସାକୁ ବୃଦ୍ଧି ପାଇଥିବା ବେଳେ ସୁପର ପ୍ରିମିୟମ ଭଡ଼ା ୨ ଟଙ୍କା ୩୮ରୁ ୨ ଟଙ୍କା ୪୭ ପଇସାକୁ ବୃଦ୍ଧି ପାଇଛି । ଭଡ଼ା ବୃଦ୍ଧି ନେଇ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି ।