କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ବ୍ୟବହୃତ ସମଗ୍ରୀ ଜବତ

ଭୁୁବନେଶ୍ୱର,୩୧/୩ : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଜି କ୍ରାଇମବ୍ରାଂଚ ଜବତ କରିଛି ବ୍ୟବହୃତ ସମଗ୍ରୀକୁ ଜବତ । ଚଣ୍ଡିଖୋଲ ଜବତ କଲା କ୍ରାଇମବ୍ରାଂଚ ଟିମ୍ । ମାନସ ବ୍ୟବହାର କରୁଥିବା ଚପଲ ଅଧାପେଡ଼ା ଅବସ୍ଥାରେ ମିଳିଛି । ତାହା ସହ ଅଖା ବସ୍ତା ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।ସୂଚନାଅନୁସାରେ, ମାନସକୁ ହତ୍ୟା ପାଇଁ ଚଣ୍ଡିଖୋଲ ଆସିଥିଲେ ଅଭିଯୁକ୍ତ । ଏନେଇ ଆଜି ରାଜାକୁ ଚଣ୍ଡିଖୋଲ ନେଇଥିଲା କ୍ରାଇମବ୍ରାଂଚ । ଜେରାବେଳେ ଶର୍ମିଷ୍ଠା ମାଷ୍ଟରମାଇଣ୍ଡ ବୋଲି କ୍ରାଇମବ୍ରାଂଚକୁ କହିଛି ରାଜ୍ୟ ।ଅଭିଯୁକ୍ତମାନଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଥିବା ବେଳେ ଆଜି ହେଉଛି ରିମାଣ୍ଡର ତୃତୀୟ ଦିନ । ତେବେ ପଚରାଉଚରା କିଛି ତଥ୍ୟ ସାମ୍ନାକୁ ଆସିଥିବା ଜଣାପଡ଼ିଛି ।ଆଜି କ୍ରାଇମବ୍ରାଂଚ ଦେଇଛି ବଡ଼ ସୂଚନା । ହତ୍ୟା ନେଇ ଅଭିଯୁକ୍ତ ରଂଜନ ସବୁ ସତ ମାନିଥିବା କଥା କହିଲା କ୍ରାଇମବ୍ରାଂଚ । ରଂଜନ ଠାରୁ ସତ ଓଗାଳିବା ପରେ ଆଜି ରଂଜନକୁ ଧରି ଚଣ୍ଡିଖୋଲ ନିକଟ ସ୍ପଟ୍କ ଯାଇଥିଲା କ୍ରାଇମବ୍ରାଂଚ ।

ଶର୍ମିଷ୍ଠା ଓ ଅନ୍ୟମାନଙ୍କ ସହ ମାନସିକ ଅପହରଣ କରିଥିବା କହିଲା । ପଳାସପୁରରୁ ମାନସଙ୍କୁ ଅପହରଣ ପରେ ଦୟାଲ ଆଶ୍ରମ ନିଆଯାଇଥିଲା । ସେଠାକୁ ନେଇ ନିରଞ୍ଜନ ସେଠୀ ସହ ଅନ୍ୟମାନେ ମାନସଙ୍କୁ ପିଟିଥିବା କଥା ମାନିଛି ରଂଜନ ।ପିଟି ପିଟି ହତ୍ୟା ପରେ ଶର୍ମିଷ୍ଠାଙ୍କ କାରରେ ଶବ ରଣପୁର ନେଇଥିଲେ ।ନୟାଗଡ଼ ରଣପୁର ଅଂଚଳରେ ଶବ ପୋଡିବା ପରେ ସେଠୁ ଫେରିଥିଲେ । ଫେରିବାବେଳେ ଚଣ୍ଡିଖୋଲ ନିକଟରେ ମାନସର ଜିନିଷପତ୍ର ଜାଳିଥିଲେ । ମାନସଙ୍କ ଇୟରଫୋନ୍,ଚପଲ, ଶବ ନେଇଥିବା ଅଖା ପୋଡିଥିଲେ । ଗାତ ଖୋଳି କୋଦାଳ,ଗଇଁତିକୁ ସେଠାରେ ବୁଦାମୂଳେ ଫିଙ୍ଗିଥିଲେ ।