ଏଣିକି ରାଜ୍ୟରେ ସକାଳୁଆ ସ୍କୁଲ

ଭୁବନେଶ୍ୱର,୩୦/୩: ସ୍କୁଲ ପିଲାଙ୍କ ପାଇଁ ବଡ଼ ଖବର । ଏପ୍ରିଲ ୨ରୁ ରାଜ୍ୟରେ ଆରମ୍ଭ ହେବ ସକାଳୁଆ ସ୍କୁଲ । ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୬ଟା ୩୦ ମିନିଟରୁ ୧୦ଟା ଯାଏ ସ୍କୁଲ ଚାଲିବ । ନବମ ଓ ଦଶମ ଶ୍ରେଣୀ ପିଲା ସକାଳ ୭ଟାରୁ ୧୧ଟା ଯାଏ ସ୍କୁଲ ଆସିବେ । ବଢୁଥିବା ଖରାକୁ ଦେଖି ରାଜ୍ୟ ସରକାରଙ୍କ ଏହିପରି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସୂଚାନଯୋଗ୍ୟ ଯେ କରୋନା ଯୋଗୁ ସବୁ ସ୍କୁଲ କଲେଜ ବନ୍ଦ ଥିଲା । ଏବେ ପର୍ଯ୍ୟାୟ କ୍ରମେ ସବୁ ସ୍କୁଲ ଓ କଲେଜ ଖୋଲା ଯାଉଛି ।