ଉପସ୍ଥାପିତ ହେଲା କାମଚଳା ବଜେଟ୍, ଜାଣନ୍ତୁ କେଉଁ ବିଭାଗ ପାଇଁ କେତେ

ଭୁବନେଶ୍ୱର,୩୦/୩ : ବିଧାନସଭାରେ ଉପସ୍ଥାପିତ ହେଲା କାମଚଳା ବଜେଟ । ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଗତ ୨ ବର୍ଷରେ ଓଡ଼ିଶା ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ବିକାଶ କରୁଛି ବୋଲି ସେ କହିଛନ୍ତି ।୨୦୦୫-୨୦୦୬ ଆର୍ଥିକ ବର୍ଷ ପରଠାରୁ କ୍ରମାଗତ ଭାବେ ରାଜସ୍ବ ବଳକା ହୋଇଆସୁଛି । ବିକାଶ ଦିଗରେ କାର୍ଯ୍ୟ ହେତୁ କେନ୍ଦ୍ର ଅନୁଦାନ ଉପରେ ନିର୍ଭର କମିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଅର୍ଥ ବିଭାଗ ପାଇଁ ୧୮ ହଜାର ୫୪୨ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ରାଜସ୍ବ ବିଭାଗ ପାଇଁ ୭୪୯,୯୧,୭୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ- ୧୦୧୬୫,୩୭,୭୯ କୋଟି, ବାଣିଜ୍ୟ ବିଭାଗ-୮୬, ୭୯, ୭୫ କୋଟି, କାଳିଆ ଯୋଜନା- ୧ ହଜାର ୮୭୪ କୋଟି , କୃଷି ବିଭାଗ- ୨୦ ହଜାର ୩୪୪ କୋଟି, ମୋ ସ୍କୁଲ ଏବଂ ମୋ କଲେଜ- ୨୬ ହଜାର ୪୯୨ କୋଟି, ଜାତୀୟ ଗ୍ରାମୀଣ ଜୀବିକା ମିଶନ- ୧ ହଜାର ୩୯ କୋଟି, ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ – ୨ ହଜାର ୩୩୫ କୋଟି, ଖାଦ୍ୟ ଯୋଗାଣ-୬୦୨,୪୩, ୮୦ କୋଟି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା- ୧ ହଜାର ୮୬୪, କୋଟି , ବିପର୍ଯ୍ୟୟ ମୁକାବିଲା ପାଣ୍ଠି ପାଇଁ ୩ ହଜାର ୨୧୦ କୋଟି, ମିଶନ ଶକ୍ତି- ୧ କୋଟି, ପଞ୍ଚାୟତିରାଜ- ୧୧ ହଜାର ୧୨୩ କୋଟି, ସୂଚନା ଓ ଲୋକସମ୍ପର୍କ- ୫୯,୯୯,୭୩ କୋଟି, ନିର୍ମାଣ ବିଭାଗ- ୪୩୧୬, ୯୮, ୭୦କୋଟି ବ୍ୟୟବରାଦ ହୋଇଛି ।