ପୁରୀରେ ଗଡିବ ମୋ ବସ୍ : ସହରର ୫୨ ଓ ୫୩ ଦୁଇଟି ରୁଟରେ ଗଡିବ ବସ୍

ପୁରୀ,୩୦/୩ : ସାଧାରଣ ଜନତାଙ୍କ ଯାତାୟତରେ ସୁବିଧା କରିବା ପାଇଁ ଓଡିଶା ସରକାର ମୋ ବସ୍ ସେବା ଉପଲବ୍ଧ କରାଇ ଦେଇଛନ୍ତି । ଭୁବନେଶ୍ୱର- କଟକ ପରେ ଏବେ ପୁରୀର ଦୁଇଟି ରୁଟରେ ଗଡିବ ମୋ ବସ । ଏପ୍ରିଲ ୧ରୁ ମୋ ବସ ଚଲାଇବାକୁ ଘୋଷଣା କରିଛନ୍ତି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ କର୍ତ୍ତୁପକ୍ଷ । ସହରର ୫୨ ଓ ୫୩ ଦୁଇଟି ରୁଟରେ ଗଡିବ ବସ୍ ।(ରୁଟ ୫୨)ପୁରୀ ବସ ଷ୍ଟାଣ୍ଡ ଓ ଲାଇଟ ହାଉସ ଭିତରେ ଚାଲିବ ମୋ ବସ । ଏହା ପରେ ବସ ଷ୍ଟାଣ୍ଡରୁ ବାହାରି ପୁରୀ ରେଳ ଷ୍ଟେସନ୍, ଜିଲ୍ଲା ସ୍କୁଲ୍, ଟୁରିଷ୍ଟ୍ ଅଫିସ୍ ସି ବିଚ୍ ରୋଡ୍, ଚୈତନ୍ୟ ସ୍କୋୟାର ଓ ସ୍ୱର୍ଗଦ୍ୱାର ଦେଇ ଲାଇଟ୍ ହାଉସରେ ପହଞ୍ଚିବ । ସେହିଭଳି ଲାଇଟ୍ ହାଉସରୁ ପୁଣି ପୁରୀ ବସ ଷ୍ଟାଣ୍ଡ ଯିବ । (ରୁଟ ୫୩) ମାଳତୀପାଟପୁର ବସ୍ ଷ୍ଟାଣ୍ଡରୁ ଏହା ପୁରୀ ବସ୍ ଷ୍ଟାଣ୍ଡ ମଧ୍ୟରେ ଗଡିବ । ଏହା ପ୍ରଥମେ ମାଳତିପୁର ଠାରୁ ନିଜର ଯାତ୍ରା ଆରମ୍ଭ କରି ବୀରହରେକୃଷ୍ଣପୁର, ବାଟ ମଙ୍ଗଳା ମନ୍ଦିର, ଅଠରନଳା ଓ ମାଟିଆପଡ଼ା ସ୍କୋୟାର ଦେଇ ପୁରୀ ବସ୍ ଷ୍ଟାଣ୍ଡରେ ପହଞ୍ଚିବ । ସେହିପରି ପୁରୀ ବସ୍ ଷ୍ଟାଣ୍ଡରୁ ବାହାରି ମାଳତୀପାଟପୁର ଠାରେ ପହଞ୍ଚିବ ।