ରାଜ୍ୟର ୭ ସହରରେ ୪୦ ଡିଗ୍ରୀ ଉପରେ ପାରଦ

ଭୁବନେଶ୍ୱର,୨୮/୩: ରାଜ୍ୟରେ ଏବେ ଅସହାୟ ତାତି କୁ ଗରମ ବଢି ଚାଲିଛି। ଏହାରିମଧ୍ୟରେ ରାଜ୍ୟର ୭ ସହରରେ ୪୦ ଡିଗ୍ରୀ ଉପରେ ପାରଦ ରହିଛିି। ଅନ୍ୟପଟେ ପୁୁଣି ୪୮ ଘଣ୍ଟା ପରେ ୨ରୁ ୩ ଡିଗ୍ରୀ  ତାତି ବଢିିିବା ନେଇ ସୂଚନା ମିଳିଛି। ବଲାଙ୍ଗୀରରେ ସର୍ବାଧିକ ୪୧ଡିଗ୍ରୀ ସେଲସିୟସ୍ ଥିବା ବେଳେ ବାରିପଦାରେ ୪୦.୮ ଡିଗ୍ରୀ, ଟିଟିଲାଗଡ଼ ୪୦.୫ ଡିଗ୍ରୀ, ତାଳଚେର ୪୦.୨ ଡିଗ୍ରୀ, ଅନୁଗୁଳ ୪୦.୧ ଡିଗ୍ରୀ, ସୋନପୁର ୪୦.୧ ଡିଗ୍ରୀ, ବୌଦ୍ଧ ୪୦ ଡିଗ୍ରୀ, ଭୁବନେଶ୍ବର ୩୭.୨ ଡିଗ୍ରୀ, କଟକ ୩୭ ଡିଗ୍ରୀ ରହିିଛି।