ଦୁଇ ଦିନ ପାଇଁ ଘୁଞ୍ଚିଲା ସମସ୍ତ ପରୀକ୍ଷା

ଭୁବନେଶ୍ୱର,୨୮/୩:୧୨ ଦଫା ଦାବି ନେଇ ୨ଦିନ ବନ୍ଦ ଡାକରା ଦେଇଛି ଟ୍ରେଡ୍ ୟୁନିୟନ । ଏହାର ପ୍ରଭାବ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି । ଏହାକୁ ଆଖି ଆଗରେ ରଖି ବିଭିନ୍ନ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦୁଇ ଦିନ ପାଇଁ ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି ।

ସୂଚନାନୁଯାୟୀ , ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ଘୁଞ୍ଚାଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ପରବର୍ତ୍ତୀ ସମୟରେ ନୂତନ ତାରିଖ ଘୋଷଣା କରାଯିବ । ସେହିପରି ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଭାରତ ବନ୍ଦ ଡାକରା ଦୃଷ୍ଟିରୁ ପରୀକ୍ଷା ସ୍ଥଗିତ ପାଇଁ ନୋଟିସ୍ ଜାରି କରିଛନ୍ତି କର୍ତ୍ତୃପକ୍ଷ । ଆଜି ହେବାକୁ ଥିବା ପରୀକ୍ଷା ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ସମୟ ଧାର୍ଯ୍ୟ କରାଯିବ ।