ପୌର ନିର୍ବାଚନ: ଜାଣନ୍ତୁ କେଉଁ ଦଳକୁ କେତେ ଭୋଟ୍

ଭୁବନେଶ୍ୱର,୨୭/୩: ପୌର ନିର୍ବାଚନ ମତଦାନ ହାର ନେଇ SECଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। କାଉନସିଲର ପଦବୀ ପାଇଁ ବିଜେଡିକୁ ସର୍ବାଧିକ ୫୦% ଭୋଟ୍ ମିଳିଥିବା ବେଳେ ବିଜେପିକୁ ୨୭%, କଂଗ୍ରେସକୁ ୧୨%, ସ୍ୱାଧୀନଙ୍କୁ ୯%, ଅନ୍ୟାନ୍ୟ ଦଳକୁ ୧% ମିିଳିଥିଲା। ପୌରାଧ୍ୟକ୍ଷ ପଦ ପାଇଁ ବିଜେଡିକୁ ସବୁଠୁ ଅଧିକ ୪୮% ଭୋଟ୍ ମିଳିଛି। ସେହିପରି ପୌରାଧ୍ୟକ୍ଷରେ ବିଜେପିକୁ ୨୯%, କଂଗ୍ରେସକୁ ୧୨%, ସ୍ୱାଧୀନଙ୍କୁ ୯% ଭୋଟ୍ ମିଳିଛି।