ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍

ନୂଆଦିଲ୍ଲୀ,୨୭/୩: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ୍ ଦାମ। ଏହାରିମଧ୍ୟରେ ଆଜି ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ୍ ଦାମ୍। ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୫୦ ପଇସାରୁ ଊର୍ଦ୍ଧ୍ୱ ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ୯୯ ଟଙ୍କା ୧୧ ପଇସା ଓ ଡିଜେଲ୍ ୯୦ ଟଙ୍କା ୪୨ ପଇସା ବୃଦ୍ଧି ପାଇଥିବା ସୂଚନା ମିଳିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ୧୧୩ ଟଙ୍କା ୮୮ ପଇସା ଓ ଡିଜେଲ୍ ୯୮ ଟଙ୍କା ୧୩
ପଇସା ରହିଛି।