ମୁଖ୍ୟମନ୍ତ୍ରୀ ପାଳିବେ ଆର୍ଥ ଆୱାର

ଭୁବନେଶ୍ୱର,୨୬/୩: ଆଜି ସନ୍ଧ୍ୟାରେ ପାଳିତ ହେବ ଆର୍ଥ ଆୱାର । ବର୍ତ୍ତମାନ ବିଦ୍ୟୁତ୍ ଆମ ଦୈନିକ ଜୀବନରେ ନିତ୍ୟନ୍ତ ଆବଶ୍ୟକ ହୋଇ ପଡିଛି । ଅନାବଶ୍ୟକ ବିଦ୍ୟୁତ୍ ରକ୍ଷା କରିବା ପାଇଁ ୨୦୦୮ ମସିହା ପରଠାରୁ ଏହା ବିଶ୍ୱସ୍ତରରେ ପାଳନ କରାଯାଉଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପାଳିବେ ଆର୍ଥ ଆୱାର । ଏହାସହିତ ରାତି ସାଢେ ୮ଟାରୁ ସାଢେ ଏକ ଘଂଟା ଧରି ଅର୍ଥାତ ସାଢେ ୯ଟା ପର୍ଯ୍ୟନ୍ତ ବନ୍ଦ ରହିବ ନବୀନ ନିବାସର ସମସ୍ତ ବିଦ୍ୟୁତ ଚାଳିତ ସରଞ୍ଜାମ । ଭବିଷ୍ୟତ ପିଢି ଓ ବିଶ୍ୱକୁ ସୁରକ୍ଷା ଦେବା ପାଇଁ ସମସ୍ତଙ୍କୁ ଶକ୍ତି ସରଂକ୍ଷଣ କରିବାକୁ ଅପିଲ କରିଛନ୍ତି ନବୀନ । ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ପାଳିତ ହେବାକୁ ଯାଉଛି ଆର୍ଥ ଆୱାର । ୨୦୦୭ ମସିହାରେ ଅଷ୍ଟ୍ରେଲିଆର ସିଡିନି ସହରରେ ଲୋକମାନେ ୧ଘଣ୍ଟା ଲାଇଟ୍ ବନ୍ଦ କରି ଏହାକୁ ପାଳନ କରିଥିଲେ ।୨୦୧୦ ମସିହାରେ ଆମେରିକାରେ ୧୬ ପ୍ରତିଶତ ଜନସାଧାରଣ ଏହାକୁ ସମର୍ଥନ ଜଣାଇଥିଲେ । ୨୦୧୬ ମସିହାରେ ମୁମ୍ବାଇରେ ଆର୍ଥ ଆୱାର ପାଳନରେ ୮୦ ମେଗାୱାଟ ବିଦ୍ୟୁତ ବଞ୍ଚି ପାରିଥିଲା । ଫଳରେ ୨୦୧୦ ମସିହା ପରଠାରୁ ରାଜ୍ୟରେ ଆର୍ଥ ଆୱାର କର୍ଯ୍ୟକ୍ରମ ପାଳନ କରାଯାଉଛି ।