ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬/୩:ଆସନ୍ତା ୨୯ରେ ରାଜଧାନୀ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩ଦିନିଆ ଗସ୍ତରେ ଯାଉଥିବାରୁ ପ୍ରାଥମିକ ସୂଚନା ମିଳିଛି ।

ସୂଚନାନୁଯାୟୀ , ଏହି ଗସ୍ତ ସମୟରେ ସେ ଓଡ଼ିଶା ଭବନରେ କେନ୍ଦ୍ର ସରକାରରେ ପଡ଼ି ରହିଥିବା ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବେ । ସେହିପରି ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ଓ ଅଗଷ୍ଟରେ ଉପରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବିଜେପିର ଶୀର୍ଷ ନେତାଙ୍କ ସହ ଅଣଆନୁଷ୍ଠାନିକ ବିଚାରବିମର୍ଶ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।