ଧାମିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩/୩: ପୁଷ୍କର ସିଂହ ଧାମିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧାମିଙ୍କ ନେତୃତ୍ବରେ ରାଜ୍ୟର ବିକାଶ ନୂତନ ସ୍ତରରେ ପହଞ୍ଚୁ ବୋଲି ମୁୁଖ୍ୟମନ୍ତ୍ରୀ ଟ୍ବିଟ୍  ଜରିଆରେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଦ୍ୱିତୀୟ ଥର ପାଇଁ ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂ ଧାମି ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ଉତ୍ତରାଖଣ୍ଡର ରାଜ୍ୟପାଳ ଗୁରମିତ୍ ସିଂହ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ସେ ଲଗାତାର ଦ୍ୱିତୀୟ ଥର ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିବା ପ୍ରଥମ ନେତା।ସୂଚନାନୁଯାୟୀ , ଡେରାଡୁନ୍‌ର ପରେଡ୍‌ ଗ୍ରାଉଣ୍ଡରେ ହୋଇଥିବା ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସାମିଲ ଥିଲେ। ପୁଷ୍କର ସିଂହ ଧାମିଙ୍କ ସହିତ ୮ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି।