ବରିଷ୍ଠ ସେବାୟତ କାଳିଆ ପ୍ରତିହାରୀଙ୍କ ହତ୍ୟା ଘଟଣା: ପିସ୍ତଲ ଜବତ

ଭୁବନେଶ୍ୱର, ୨୨/୩:ବରିଷ୍ଠ ସେବାୟତ କାଳିଆ ପ୍ରତିହାରୀ ହତ୍ୟାକାଣ୍ଡରେ ବ୍ୟବହୃତ ପିସ୍ତଲ ସହ ୨ ରାଉଣ୍ଡ ଗୁଳି ଜବତ ହୋଇଛି। ଅଭିଯୁକ୍ତଙ୍କଠାରୁ ପିସ୍ତଲ ଓ ଗୁଳି ଜବତ କରିିିିଛି ପୋଲିସ। ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ପୁରୀ ଏସ୍‌ପି ମିହିର ପଣ୍ଡା।ଏହି ହତ୍ୟା ମାମଲାରେ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

ସୂଚନାଯୋଗ୍ୟ ଯେ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ହତ୍ୟା ପାଇଁ ପ୍ରି ପ୍ଲାନ ମର୍ଡର ଯୋଜନା କରାଯାଇଥିଲା। ହତ୍ୟା ପାଇଁ ହୋଇଥିଲା ପ୍ରାୟ ୩୦ ଲକ୍ଷ ଟଙ୍କାର ଡିଲ୍ । ସେହିଭଳି ହତ୍ୟାରେ ବ୍ୟବହୃତ ବନ୍ଧୁକର ବ୍ୟବସ୍ଥା ନିମନ୍ତେ ଦିଆଯାଇଥିଲା ପ୍ରାୟ ୭୦ ହଜାର ଟଙ୍କା । ତେବେ ଦୋଷୀଙ୍କ ନିକଟରୁ ଦେଢଲକ୍ଷ ଟଙ୍କା ଜବତ କରିଛି ପୋଲିସ । ଗତ ୧୬ ତାରିଖରେ ବାରବାଟୀ ଜାଗାରେ କାଳିଆଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ।