ରାଜ୍ୟରେ ଅସହ୍ୟ ହେଉଛି ତାତି

ଭୁବନେଶ୍ୱର, ୨୨/୩: ରାଜ୍ୟରେ ଅସହ୍ୟ ହେଉଛି ତାତି। ମୁଣ୍ଡ ଫଟା ଉତ୍ତାପ ସାଧାରଣ ଜୀବନ ଅସହ୍ୟ ହୋଇପଡୁଛି । ଆଜି ଦିନର ତାପମାତ୍ର ୪୦.୨ ଡ଼ିଗ୍ରୀ ଅତିକ୍ରମ କରିଛି। ଝାରସୁଗୁଡା ହେଉଛି ସବୁଠାରୁ ଉତ୍ତପ୍ତ ସହର। ଏଠାରେ ତାପାମାତ୍ରା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ, ବାଲେଶ୍ୱରରେ ୩୪.୭ ଡିଗ୍ରୀ, ଚାନ୍ଦବାଲିରେ ୩୭.୦ ଡିଗ୍ରୀ, ପାରାଦୀପରେ ୩୨.୮ ଡିଗ୍ରୀ, ଭୁବନେଶ୍ୱରରେ ୩୭.୦ ଡିଗ୍ରୀ, ଗୋପାଳପୁରରେ ୩୧.୫ ଡିଗ୍ରୀ, ପୁରୀରେ ୩୨.୮ ଡିଗ୍ରୀ, ଅନୁଗୋଳରେ ୩୬.୭ ଡିଗ୍ରୀ, ବାରିପଦାରେ ୩୯.୦ ଡିଗ୍ରୀ, କେନ୍ଦୁଝର ଗଡ଼ରେ ୩୪.୫ ଡିଗ୍ରୀ, ସମ୍ୱଲପୁରରେ ୩୮.୯ ଡିଗ୍ରୀ, ସୁନ୍ଦରଗଡ଼ରେ ୩୮.୦ ଡିଗ୍ରୀ, ହୀରାକୁଦରେ ୩୮.୩ ଡିଗ୍ରୀ, ତାଳଚେରରେ ୩୮.୦ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି।