କିପରି କଟିବ ଆଜି ଆପଣଙ୍କ ଦିନ: ୨୨/୩/୨୦୨୨

ମେଷ: ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ପରିବର୍ତ୍ତନର ଝଲକ ଦୃଶ୍ୟହେବ । ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ । ବୁଦ୍ଧିଜୀବୀ ମାନଙ୍କ ସାନ୍ନିଧ୍ୟରେ ଆସିବେ । ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରି ପାରନ୍ତି ।

ବୃଷ:ସାହିତ୍ୟ, ସାମ୍ବାଦିକ, ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରିବେ । ପ୍ରତେକ କ୍ଷେତ୍ରରେ ମାନସିକସ୍ଥିତି ସୁଦୃଢ ରହିବ । କର୍ମକ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ ।

ମିଥୁନ:ସାମାଜିକ ସ୍ତରରେ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ରାଜନୀତି କ୍ଷେତ୍ରରେ ସମ୍ମାନ ପାଇବେ । ବିଦ୍ୟା କ୍ଷେତ୍ରରେ ଆଶାମୁତାବକ ଫଳ ପାଇବେ । ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ ।

କର୍କଟ:ବ୍ୟବସାୟ କ୍ଷେତ୍ରରେ ଖୁବ ଅଗ୍ରଗତି ଘଟିବ । କରଜ ଭାରରୁ ମୁକ୍ତି ମିଳିବ । ଆଇନ ଅଦାଲତରେ ଜୟଯୁକ୍ତ ହେବେ । ଚାକିରିରେ ପ୍ରତିଷ୍ଠିତ ହେବେ । ଉପରିସ୍ଥ କର୍ମଚାରୀ ଆପଣଙ୍କର ସହଯୋଗ ଲୋଡିବେ । ବିପତ୍ତି କଟିବା ଫଳରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ ।

ସିଂହ:ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ ହେଲେ ଆଗେଇ ନବା ଉଚିତ୍ । ଅନେକ ସମସ୍ୟାର ସମାଧାନ ହୋଇ ପରିବାରରେ ହସ ଖୁସିର ବାତାବରଣ ଖେଳିଯିବ । ବୈଷୟିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରି ଉଚ୍ଚମାନ୍ୟତାର ଅଧିକାରୀ ହେବେ ।

କନ୍ୟା:ସମ୍ମାନର ସହିତ ଦିନଚର୍ଯ୍ୟା କରି ଚଳିବାରେ ବାଧା ଉପୁଜିବ ନାହିଁ । ଧର୍ମାନୁଷ୍ଠାନରେ ସମୟ କଟେଇବା ପାଇଁ ମନ ବଳାଇବେ । ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ । ନିଜର ଯୋଜନା ମୁତାବକ କାମକଲେ କୌଣସି ପ୍ରକାର ଅସୁବିଧା ହେବନାହିଁ ।

ତୁଳା:ଆର୍ଥିକ ମାମଲାରେ ସ୍ଥାୟିତ୍ଵ ଆସିବ । ପରିବାରରେ ଆଦରପାଇ ସୁଖଭୋଗ କରିବେ । ଜ୍ଞାନ-ଗବେଷଣା ସ୍ତରରେ କୃତକାର୍ଯ୍ୟ ହୋଇ ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହେବ । ବନ୍ଧୁବାନ୍ଧବଙ୍କ ଦିଗରୁ ସ୍ଵାର୍ଥପ୍ରବଣତାର ଅଭିବୃଦ୍ଧି ଘଟିବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ ।

ବିଛା:ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇବେ । ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ସମସ୍ୟାକୁ ସୁଧାରିବା ପାଇଁ ଚେଷ୍ଟା କରି କୌଶଳକ୍ରମେ ସମାଧାନ କରିବେ । ଏକାକୀତ୍ଵର ପରିଧିରେ ନିଜକୁ ସଜାଇ ପାରନ୍ତି । ଦୀର୍ଘଯାତ୍ରା, ଛୋଟ ବଡ ମିଟିଙ୍ଗୀରେ ଯୋଗ ଦେବେ ।

ଧନୁ:ସମସ୍ତ ସମସ୍ୟା ସମାଧାନର ଆଶା ଉଜ୍ଜ୍ଵଳ ହେବ । ବ୍ୟବସାୟର ବୃଦ୍ଧି ଯୋଗେ ଆୟର ବୃଦ୍ଧି ଘଟିବ ଓ ଲାଭବାନ ହେବେ । କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କର ସାହାଯ୍ୟ ସହଯୋଗ ପାଇ ପ୍ରଶଂସିତ ହେବେ । କଳେବଳେ କୌଶଳରେ ଅର୍ଥ ସଂଗ୍ରହ ଅଭିଯାନ କରି ସଫଳତା ପାଇବେ ।

ମକର:ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଆୟ ଉପାର୍ଜନ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ଛାତ୍ରଛାତ୍ରୀମାନେ ବିଦ୍ୟା କ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠ ହେବେ । ବ୍ୟବସାୟରେ ଶତୃମାନେ ଦୂରେଇ ଯିବେ ଓ ଉନ୍ନତି ହେବା ସହ ଗୃହବାହାନ ପ୍ରାପ୍ତି ହେବ ।

କୁମ୍ଭ:ସାହିତ୍ୟଚର୍ଚ୍ଚା, ସଭାସମିତିରେ ସଫଳତା ମିଳିବ । ହାତକୁ ନେଇଥିବା କାର୍ଯ୍ୟଟି କଠିନ ପରିଶ୍ରମ କରିବାକୁ ପଡିବ । ଛାତ୍ରଛାତ୍ରୀ ମାନଙ୍କର ମାନସିକ ବିକାଶ ଘଟିବ । ଈର୍ଷାପରାୟଣ ବ୍ୟକ୍ତିମାନେ ଦୂରେଇଯିବେ । ସାମାଜିକ ସ୍ତରରେ କାର୍ଯ୍ୟଦକ୍ଷତା ଦେଖାଇ ସମ୍ମାନ ଲାଭ କରିବେ ।

ମୀନ:ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗୀତା ଓ ସାକ୍ଷାତରେ ବିଜୟୀ ହେବେ । ବନ୍ଧୁ ମିତ୍ରଙ୍କର ସହଯୋଗ ପାଇ ସୁଖ ସମୃଦ୍ଧି ବୃଦ୍ଧି ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ପିଲାଙ୍କ ସହ ଖୁସିଗପ କରିବାରେ ମଉକା ଜୁଟିବ ।