ହିଜାବ ରାୟ ଦେଇଥିବା ୩ ବିଚାରପତିଙ୍କୁ ୱାଇ କ୍ୟାଟେଗୋରୀ ସୁରକ୍ଷା

ନୂଆଦିଲ୍ଲୀ,୨୦/୩:ହିଜାବ ରାୟ ଦେଇଥିବା ୩ ବିଚାରପତିଙ୍କୁ ୱାଇ କ୍ୟାଟେଗୋରୀ ସୁରକ୍ଷା ଦିଆଯାଇଛି । ୱାଇ କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରିିଛନ୍ତି କର୍ଣ୍ଣାଟକ ସରକାର । ଏହାସହ ବିଚାରପତିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ହତ୍ୟା ଧମକ ଦେବା ଅଭିଯୋଗରେ ୨ ଜଣ ତାମିଲନାଡୁ ପୋଲିସ ଦ୍ୱାରା ଗିରଫ
ମଧ୍ୟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ କର୍ଣ୍ଣାଟକର ସ୍କୁଲ ଏବଂ କଲେଜଗୁଡ଼ିକରେ ହିଜାବ ପିନ୍ଧିବା ଉପରେ କର୍ଣ୍ଣାଟକ ହାଇକୋର୍ଟ ନିଷେଧାଦେଶ ଜାରି କରିଥିଲେ। ଏହା ସହିତ ହିଜାବ ବିରୋଧରେ ଆଦେଶକୁ ଚ୍ୟାଲେଞ୍ଜ କରୁଥିବା ସମସ୍ତ ପିଟିସନକୁ ଖାରଜ କରିଦିଆଯାଇଥିଲା । ହିଜାବ ବିବାଦ ମାମଲାରେ ସମସ୍ତ ଆବେଦନକୁ ଖାରଜ କରିଥିଲେ କର୍ଣ୍ଣାଟକ ହାଇକୋର୍ଟ ।ଆବେଦନକୁ ଖାରଜ କରି କୋର୍ଟ କହିଥିଲେ ଯେ ହିଜାବ ଧର୍ମର ଜରୁରୀ ଅଂଶ ନୁହେଁ। ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ଛାତ୍ରଛାତ୍ରୀ ମନା କରିପାରିବେ ନାହିଁ ।