ଶପଥ ଗ୍ରହଣ କଲେ ଆମ୍‌ ଆଦ୍‌ମୀ ପାର୍ଟିର ୧୦ଜଣ ବିଧାୟକ

ନୂଆଦିଲ୍ଲୀ,୧୯/୩ : ଆଜି ଚଣ୍ଡୀଗଡ଼ସ୍ଥିତ ରାଜଭବନରେ ପଞ୍ଜାବ ରାଜ୍ୟର ନୂଆ କ୍ୟାବିନେଟ୍‌ରେ ଆମ୍‌ ଆଦ୍‌ମୀ ପାର୍ଟି’ର ୧୦ଜଣ ବିଧାୟକ ମନ୍ତ୍ରୀରୂପେ ଶପଥ ଗ୍ରହଣ କରିଛନ୍ତି। ସେମାନେ ହେଉଛନ୍ତି, ହର୍‌ପାଲ୍‌ ସିଂହ ଚୀମା, ଡାକ୍ତର ବଲ୍‌ଜିତ୍‌ , ହର୍‌ଭଜନ ସିଂହ ଇଟିଓ, ଡାକ୍ତର ବିଜୟ ସିଙ୍ଗ୍‌ଲା, ଲାଲ୍‌ଚାନ୍ଦ୍‌ କଟାରୁଚକ୍‌, ଗୁର୍‌ମୀତ୍‌ ସିଂହ ମୀତ୍‌ ହାୟେର୍‌, କୁଲ୍‌ଦୀପ୍‌ ସିଂହ ଧାଲିୱାଲା, ଲାଲ୍‌ଜିତ୍‌ ସିଂହ ଭୁଲ୍ଲର୍‌, ବ୍ରାମ୍‌ ଶଙ୍କେର୍‌ (ଜିମ୍ପା) ଓ ହରିଓତ୍‌ ସିଂହ ବେନ୍‌ସ୍‌। ଆଜିର ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ମାନ୍‌ଙ୍କ ଝିଆ ସୀରତ୍‌ କୌର୍‌ ମାନ୍‌ ଏବଂ ପୁଅ ଦିଲ୍‌ଶାନ୍‌ ମାନ୍‌ ଯୋଗ ଦେଇଥିଲେ। ଆଜି ନବଗଠିତ କ୍ୟାବିନେଟ୍‌ ବୈଠକରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ୍‌ ମାନ୍‌ ଅଧ୍ୟକ୍ଷତା କରିଥିଲେ ।