ଯୁଦ୍ଧ ନେଇ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ପ୍ରତିକ୍ରିୟା, କହିଲେ ରୁଷିଆକୁ ଛାଡ଼ିବୁନି

ନୂଆଦିଲ୍ଲୀ,୧୮/୩: ଋଷ ଓ ୟୁକ୍ରେନ ଭିତରେ ଘମାଘୋଟ ଯୁଦ୍ଧ ଲାଗି ରହିଛି। ଏହାରିମଧ୍ୟରେ ଯୁଦ୍ଧ ନେଇ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଆମେ ରୁଷିଆକୁ ଛାଡ଼ିବୁ ନାହିଁ । ମାରିଓପଲ, ଖାରକିଭ୍‌, ଚେରନିଭ୍ ଏବଂ କିଭ୍ ଆମର ହିରୋ ସହର। ଏବେ ସେଠାରେ କଠିନ ପରିସ୍ଥିତି ଲାଗି ରହିଛି । ଆମେ ସେମାନଙ୍କୁ କେବେବି କ୍ଷମା କରିବୁ ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ୟୁକ୍ରେନର ରାଜଧାନୀ କିଭ୍‌ ସହରର ଏକ ଗାଁରେ ରୁଷିଆ ଅତର୍କିତ ଗୁଳିମାଡ଼ କରିଛି। ଜାହାଫଳରେ ୨ ବର୍ଷୀୟ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି।ଏହାସହ ବିସ୍ଫୋରଣରେ ବହୁ ବିଲ୍ଡିଂ ଓ ଘର ନଷ୍ଟ ହୋଇଛି। କିଭ୍‌ର ସିଭଆତୋସିଆନସ୍କି ଜିଲ୍ଲାରେ ପ୍ରବଳ ଗୁଳିମାଡ଼ ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିିିପରି ଆଜି ମେରେଫାରେ ଘନ ଘନ ଆକ୍ରମଣ କରୁଛି ଋଷ ସେନା । ୨୧ ଜଣଙ୍କ ମୃତ୍ୟୁ, ୨୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ । ଆକ୍ରମଣରେ ଗୋଟିଏ ସ୍କୁଲ ଏବଂ ଗୋଟିଏ କମ୍ୟୁନିଟି ସେଣ୍ଟର ଧ୍ବଂସ ହୋଇଥିବା ଜଣାପଡିଛି।