ଅନ୍ତର୍ଜାତୀୟ ବିମାନ ଚଳାଚଳ ଅନୁମତିକୁ ବାତିଲ କଲା କେନ୍ଦ୍ର

ନୂଆଦିଲ୍ଲୀ, ୨୬/୧୧: ଅନ୍ତର୍ଜାତୀୟ ବିମାନ ଚଳାଚଳ ଅନୁମତିକୁ ବାତିଲ କରିଛି କେନ୍ଦ୍ର। ବିଦେଶକୁ ବିମାନ ଚଳାଚଳ ଉପରେ ଡିସେମ୍ବର ୩୧ ଯାଏ କଟକଣା ଲାଗୁ କରାଯାଇଛି। କିନ୍ତୁ ମାଲବାହୀ ବିମାନ ଚଳାଚଳ ଉପରେ କଟକଣା ନାହିଁ। ଉଲ୍ଲେଖ ଯୋଗ୍ୟ ଯେ ଆସନ୍ତାକାଲି ଡିସେମ୍ବର ଗାଇଡଲାଇନ ଜାରି କରିଥିଲା ଗୃହ ମନ୍ତ୍ରାଳୟ।ଗାଇଡଲାଇନରେ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ମିଳିଥିଲା।