ଆସନ୍ତା ୨୨ ରୁ ୨୬ ମଦ ବିକ୍ରି ନିଷେଧ

ଭୁବନେଶ୍ୱର, ୧୫/୩: ଆସନ୍ତା ୨୨ରୁ ୨୬ ମଦ ବିକ୍ରି ନିଷେଧ ହୋଇଛି। ଏନେଇ ସବୁ ଜିଲ୍ଲାପାଳଙ୍କୁ ଅବକାରୀ କମିସନର ଚିଠି ଲେଖିଛନ୍ତି । ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ମାର୍ଚ ୨୨ରୁ ୨୬ ଯାଏ ଅବକାରୀ ବିଭାଗ ଏହିପରି କଟକଣା ଲାଗୁ ହୋଇଛି। ମଦ ଦୋକାନ, ହୋଟେଲ, ରେସ୍ତୋରାଁ ଓ କ୍ଲବ୍‌ରେ ମଦ୍ୟପାନ ବି ନିଷେଧ ହୋଇଛି। ସ୍ବତନ୍ତ୍ର ଅନୁମତି ଥିଲେ ବି ତାରକା ହୋଟେଲ ଓ କ୍ଲବ୍‌ରେ ମଦ୍ୟପାନ କୁ ଅନୁମତି ନାାହିଁ।