ଯବାନଙ୍କ ଗୁଳିରେ ୨ ମହିଳା ମାଓବାଦୀ ନିହତ

ଭୁବନେଶ୍ୱର,୧୫/୩:ଛତିଶଗଡ଼ର ଦନ୍ତେୱାଡ଼ାରେ ଯବାନ- ମାଓବାଦୀ ଗୁଳି ବିନିମୟ ହୋଇଛି । ଏହାପରେ ଯବାନଙ୍କ ଗୁଳିରେ ୨ ମହିଳା ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।ଏହାସହ ଘଟଣାସ୍ଥଳରୁ ୨ଟି ରାଇଫଲ ଓ ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଛି ।କାଟେକଲ୍ୟାଣ ଥାନା ଅଞ୍ଚଳରେ ତଲାସୀ ଅଭିଯାନ ବେଳେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ଏନେଇ ବସ୍ତର ପୋଲିସ ଆଇଜି ପି. ସୁନ୍ଦରରାଜ ସୂଚନା ଦେଇଛନ୍ତି।